November 4, 2024

ଧାରଣାକୁ ଓହ୍ଲାଇଲେ OTET ପରୀକ୍ଷାର୍ଥୀ

1 min read

କଟକ : ଧାରଣାକୁ ଓହ୍ଲାଇଲେ OTET ପରୀକ୍ଷାର୍ଥୀ । ଗ୍ରେସ ମାର୍କ ଦାବିରେ ଆଜି ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେଇଥିବା ପରୀକ୍ଷାର୍ଥୀମାନେ ପରୀକ୍ଷାର୍ଥୀ ପ୍ରତିବାଦ କରିଛନ୍ତି । କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଓଟିଇଟି ପରୀକ୍ଷାର୍ଥୀ ଧାରଣାରେ ବସିଛନ୍ତି ।

ଚଳିତ ବର୍ଷ ଅଗଷ୍ଟ ୧୭ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷା ହଲରେ ସମସ୍ୟାକୁ ନେଇ ପରୀକ୍ଷାର୍ଥୀମାନେ ନାରାବାଜି କରିଛନ୍ତି । ପରୀକ୍ଷା ସମୟରେ ବର୍ଷା, ଘଡଘଡି ଯୋଗୁଁ ବିଦ୍ୟୁତ କାଟ୍ ସହ ଅନେକ ସମସ୍ୟା ଉପୁଜିଥିଲା । ତେଣୁ ପରୀକ୍ଷା ହଲରେ ଅନ୍ଧାର ଯୋଗୁଁ ପରୀକ୍ଷା ଦେବାରେ ନାହିଁ ନଥିବା ଅସୁବିଧା ଭୋଗିଥିଲେ ପରୀକ୍ଷାର୍ଥୀ । ଏନେଇ କର୍ତ୍ତୃପକ୍ଷ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିନଥିଲେ । ଏହାପରେ ମଧ୍ୟ ପରୀକ୍ଷା ଦେବାକୁ ଅଧିକ ସମୟ ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଗ୍ରେସ୍ ମାର୍କ ଦେବାକୁ ଓଟିଇଟି ପରୀକ୍ଷାର୍ଥୀ ଦାବି କରିଛନ୍ତି । ଏହା ସହ ଏନସିଟିଇ ଗାଇଡଲାଇନ୍ ଅନୁସାରେ ବର୍ଷକୁ ୨ ଥର ଓଟିଇଟି ପରୀକ୍ଷା ହେବା କଥା, କିନ୍ତୁ ବର୍ତ୍ତମାନ ୨ ବର୍ଷରେ ଥରେ ପରୀକ୍ଷା ହେଉଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *