March 14, 2026

ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧି ସଦସ୍ୟଙ୍କ ହୋହାଲ୍ଲା

1 min read

ଭୁବନେଶ୍ଵର: ୧୨ଟା ୧୫ ଯାଏଁ ଗୃହ ମୁଲତବୀ । ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧି ସଦସ୍ୟଙ୍କ ହୋହାଲ୍ଲା ଏବଂ ନାରାବାଜି ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେଡି ସଦସ୍ୟ ମାନେ ହୋହାଲ୍ଲା କରିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୨ଟା ୧୫ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ନାରାବାଜି କରିଥିବାବେଳେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲା କଂଗ୍ରେସ।