ଅପେରା ୱେଷ୍ଟର୍ଣ୍ଣ ଓଡ଼ିଶା ଯାତ୍ରା ପାର୍ଟିର ବସ୍ ଓଲଟିଲା
1 min read
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗାପଥର ଘାଟିରେ ଯାତ୍ରା ପାର୍ଟି ବସ୍ ଭାରସାମ୍ୟ ହରାଇ ଓଲଟିଲା। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ଅପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟିର ବସ୍ ଅଟେ। ଡଙ୍ଗାପଥର ଗ୍ରାମରୁ ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି। ବସ୍ରେ ଥିବା ସମସ୍ତ କଳାକାର ଆହତ ହୋଇଛନ୍ତି । କିଛି ଲୋକଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।
ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି କଂସର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି


