July 26, 2024

ବିଜେପି ନେତାଙ୍କ ଗାଡି ଧକ୍କାରେ ଜଣେ ମୃତ

1 min read

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୁଏଲ ଓରାମଙ୍କ ଗାଡି ନେଇଗଲା ଜଣଙ୍କ ଜୀବନ । ଜୁଏଲଙ୍କ ଗାଡି ଧକ୍କାରେ ଆରଏମସିଏ କର୍ମଚାରୀ ସର୍ବେଶ୍ବର ଚୌଧୁରୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ଜୁଏଲଙ୍କ ଇନୋଭା ସର୍ବଶ୍ବରଙ୍କୁ ଧକ୍କା ଦେଇଥିଲା ।

ଗୁରୁତର ଅବସ୍ଥାରେ ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ୱରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *