January 12, 2026

ଭ୍ୟାନ୍ ଓଲଟି ଜଣେ ମୃତ, ୨୫ ଆହତ

1 min read

ରେଢାଖୋଲ : ଥମୁନି ସଡକ ଦୁର୍ଘଟଣା। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଦୁର୍ଘଟଣାର ଖବର। ଆଜି ରେଢାଖୋଲ ଏନଏଚ୍ ୫୫ ଯୁଯୁମୁରା ତହସିଲ ଅଫିସ ନିକଟରେ ଏକ ଭ୍ୟାନ୍ ଓଲଟି ପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ କିଛି କ୍ୟାଟରିଂ କର୍ମଚାରୀ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।