October 27, 2024

ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ଵିତୀୟ ଦିନରେ ବଡ଼ଦାଣ୍ଡରେ ପୁଣି ଆରମ୍ଭ ହେଲା ରଥଟଣା

1 min read

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ଵିତୀୟ ଦିନରେ ବଡ଼ଦାଣ୍ଡରେ ପୁଣି ଗଡ଼ିଛି ଶ୍ରୀଜିଉଙ୍କ ୩ ରଥ। ସୋମବାର ସକାଳେ ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି ସରିବା ପରେ ରଥଟଣା ଆରମ୍ଭ ହୋଇଛି। ସବୁଠୁ ଆଗରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ରହିଥିବାବେଳେ ଏହା ପଛରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡୁଛି। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ଭକ୍ତ। ଘଣ୍ଟଘଣ୍ଟା ନାଦ ସାଙ୍ଗକୁ ହରିବୋଲ ଧ୍ଵନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ରବିବାର ଅପରାହ୍ଣ ୫ଟାରେ ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିବାବେଳେ ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ ଶ୍ରୀଜିଉ। ସୋମବାର ସେହିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ। ରବିବାର ରଥଟଣା ବନ୍ଦ ହେବା ସୁଦ୍ଧା ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରିଚିକୋଟ ଛକରେ ଅଟକି ଯାଇଥିଲା। ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ

ରଥ ଅଟକି ଯାଇଥିଲାବେଳେ ଏହା ପଛକୁ ଶ୍ରୀମନ୍ଦିରରୁ କିଛି ବାଟ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ଯାଇଥିଲା।

Leave a Reply

Your email address will not be published. Required fields are marked *