September 21, 2026

(OJEE-2025) ଫଳ ପ୍ରକାଶ ପାଇଛି

1 min read

ଭୁବନେଶ୍ୱର: ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2025) ଫଳ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଜେଇଇ-୨୦୨୫ ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପରୀକ୍ଷା ଫଳ ojee.nic.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ୧୭ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷା ହୋଇଥିଲା। ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା। ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୩ଟି ସହରରେ ମୋଟ ୭୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା।
[12:09 am, 11/6/2025] Nibedita: ଚଳିତ ବର୍ଷ ଏହି ପ୍ରବେଶିକା ପରୀକ୍ଷା ପାଇଁ ୯୨ ହଜାର ୪୮୮ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିବା ବେଳେ ୮୦ ହଜାର ୩୨୪ ଜଣ ପରୀକ୍ଷା ଦେଇଥିଲେ। ଆଜି ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ ପାଠ୍ୟକ୍ରମରେ ୫୫ ହଜାର ୩୬୨ ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ରାଙ୍କ ଦିଆଯାଇଛି। ନର୍ସିଙ୍ଗ ପାଠ୍ୟକ୍ରମର ଫଳାଫଳ ଡ଼ିଏମିଇଟି ତରଫରୁ ପ୍ରକାଶ କରାଯିବ।

ପରୀକ୍ଷା ଫଳ ଅନୁଯାୟୀ, ଅନୁରାଗ ମିଶ୍ର ଏମ୍‌ବିଏ ଟପ୍ପର ହୋଇଥିବା ବେଳେ ଯତିନ ମେହେର ବି.ଫାର୍ମ, ଏସ୍‌. ସିସେନ୍ଦ୍ରି ଏମ୍‌ସିଏ, ହିତେଶ କୁମାର ଧଳ ଏମ୍‌.ଫାର୍ମ, ଅସ୍ମିତା ସୁବୁଦ୍ଧି ଏମ୍‌.ଆର୍କ ଓ ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ୍‌. ପ୍ଲାନ ପାଠ୍ୟକ୍ରମରେ ଟପ୍ପର ହୋଇଛନ୍ତି।