March 12, 2026

ଡ୍ରୋନ୍‌ମାଡ଼ରେ ଜଳିଗଲା ତୈଲ ଟ୍ୟାଙ୍କ

1 min read

ନୂଆଦିଲ୍ଲୀ: ଓମାନର ସଲାଲାହ ବନ୍ଦରରେ ତେଲ ସଂରକ୍ଷଣ ଟ୍ୟାଙ୍କ ଉପରେ ଇରାନ ଏକ ବଡ଼ଧରଣର ଆକ୍ରମଣ କରିଛି। ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ଫାର୍ମ ଏମ୍ବ୍ରାୟର ଭିତ୍ତିଭୂମି ଆକ୍ରମଣକୁ ନିଶ୍ଚିତ କରିଛି। କିନ୍ତୁ ଏହା ମଧ୍ୟ ରିପୋର୍ଟ କରିଛି ଯେ ବାଣିଜ୍ୟ ଜାହାଜକୁ କୌଣସି କ୍ଷତି ହୋଇନାହିଁ। ଓମାନ ଟିଭି ଏବଂ ଅଲ ଜାଜିରାର ରିପୋର୍ଟ ଅନୁଯାୟୀ ଇରାନ ଏକକାଳୀନ ଓମାନର ସଲାଲାହ ବନ୍ଦର ଉପରେ ଅନେକ ଡ୍ରୋନ୍ ମାଡ଼ କରିଥିଲା। ଆକ୍ରମଣ ପରେ ବନ୍ଦରରୁ କଳା ଧୂଆଁ ଉଠିଥିବା ଦେଖାଯାଇଥିଲା। ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।