June 30, 2025

ଭୁବନେଶ୍ୱରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର ଶୁଭାରମ୍ଭ

1 min read

ଭୁବନେଶ୍ଵର: ଭୁବନେଶ୍ଵରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର (ଓଓଏସି) ଶୁଭାରମ୍ଭ ହୋଇଛି। ଓଡ଼ିଶା ଆର୍ଥ୍ରୋସ୍କୋପି ସୋସାଇଟି ଏବଂ କଳିଙ୍ଗ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ କରାଯାଉଛି। ରବିବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଓଡ଼ିଶାରେ ଅସ୍ଥିଶଲ୍ୟ ଏବଂ ଆର୍ଥ୍ରୋସ୍କୋପି ତାଲିମକୁ ଆଗକୁ ବଢ଼ାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ବିଶିଷ୍ଟ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ରଣଜିତ୍ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଉଛନ୍ତି।

ଏହି ପାଠ୍ୟକ୍ରମ ସହ ଆର୍ଥ୍ରୋସ୍କୋପି ଏବଂ କ୍ରୀଡା ଆଘାତ ପରିଚାଳନା କ୍ଷେତ୍ର ସହ ଜଡ଼ିତ ୨୦ରୁ ଅଧିକ ବିଶେଷଜ୍ଞ ଯୋଡ଼ି ହେବେ। ଏହାସହିତ ଓଡ଼ିଶା ଏବଂ ଭାରତର ୧୫୦ରୁ ଅଧିକ ଅସ୍ଥିଶଲ୍ୟ ସର୍ଜନଙ୍କ ଏକାଠି ହେବା ପାଇଁ ସୁଯୋଗ ପ୍ରଦାନ କରିବ।

ଏହି ପାଠ୍ୟକ୍ରମର ସବୁଠାରୁ ଉଲ୍ଲେଖନୀୟ ଦିଗଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ଓଟି କମ୍ପ୍ଲେକ୍ସରୁ ସାଇଣ୍ଟିଫିକ ହଲ୍ ପର୍ଯ୍ୟନ୍ତ ପାଞ୍ଚରୁ ଅଧିକ ଉନ୍ନତ ଆର୍ଥ୍ରୋସ୍କୋପି ସର୍ଜରିର ସିଧା ପ୍ରସାରଣ। ଏହି ହାଣ୍ଡସ ଅନ ଟ୍ରେନିଂ ଅଭିଜ୍ଞତା ଉପସ୍ଥିତ ପ୍ରତିନିଧିମାନଙ୍କର ଜ୍ଞାନକୁ ସମୃଦ୍ଧ କରିବ, ସେମାନଙ୍କୁ ଲିଗାମେଣ୍ଟ ଏବଂ କ୍ରୀଡା ଆଘାତ ପରିଚାଳନାରେ ଶଲ୍ୟଚିକିତ୍ସା କୌଶଳ ଏବଂ ଉଦ୍ଭାବନ ବିଷୟରେ ଅଭିଜ୍ଞତା ପ୍ରଦାନ କରିବ ବୋଲି ଲକ୍ଷ୍ୟ ରହିଛି।

ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସର ଶୁଭାରମ୍ଭ ଅବସରରେ କଳିଙ୍ଗ ହସ୍ପିଟାଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ନୀଳଞ୍ଜନା ମୁଖାର୍ଜୀ ଯୋଗ ଦେଇଥିଲେ।