May 22, 2025

ମାଲେସିଆ ଗସ୍ତରେ ଗଲେ ଓଡ଼ିଶାର କୃଷକ ଓ ଅଧିକାରୀ

1 min read

ଭୁବନେଶ୍ୱର: ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ ଅଧୀନରେ ୨୮ ଜଣିଆ କୃଷକ ଏବଂ ଅଧିକାରୀଙ୍କ ପ୍ରଶିକ୍ଷଣ ଭିତ୍ତିକ ମାଲେସିଆ ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଜି କୃଷି ଭବନ ଅଡିଟୋରିଅମ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

୧୪ ଜଣ କୃଷକଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ ଟିମ କାଲିଠାରୁ ସପ୍ତାହବ୍ଯାପୀ ମାଲେସିଆ ଗସ୍ତରେ ଯାଇ କୃଷିଭିତ୍ତିକ ପ୍ରଶିକ୍ଷଣ ନେବେ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଲକ୍ଷ୍ନୌ ସ୍ଥିତ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ ଡେଭଲପମେଣ୍ଟ ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି ।