December 3, 2024

ଆଜି ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ୍ ୨୦୨୪-୨୫

1 min read

ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଗୁରୁବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ଣ ୪ଟା ସମୟରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ରାଜ୍ୟରେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହେବାକୁ ଯାଉଛି। ନୂଆ ସରକାରଙ୍କ ଏହି ବଜେଟରେ କ’ଣ ରହିବ ତା’ ଉପରେ ସମସ୍ତଙ୍କ ବିଶେଷ ନଜର ରହିଛି। ବଜେଟର ଆକାର କ’ଣ ରହିବ, ଜନକଲ୍ୟାଣ ଯୋଜନାକୁ କେତେ ଅର୍ଥ ବ୍ୟୟବରାଦ ହେବ ତଥା କିଛି ନୂଆ ଯୋଜନା ଘୋଷଣା ହେବାନେଇ ରାଜ୍ୟ ସାରା ଚର୍ଚ୍ଚା ହେଉଛି।

ରାଜ୍ୟର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପ ଓ ଉଦ୍ୟୋଗ, ଚାକିରିଆ ଓ ଚାଷୀମାନେ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି। ସରକାର ବଜେଟରେ ଭିତ୍ତିଭୂମି ବିକାଶ, ପାନୀୟ ଜଳ, କୃଷି, ସ୍ଵାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ଵ ଦେବାର ସମ୍ଭାବନା ରହିଛି। ଏହାପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରି ମାସରେ ଓଡ଼ିଶା ବିଧାନସଭାରେ କାମଚଳା ବଜେଟ୍ ଆଗତ ହୋଇଥିଲା।

Leave a Reply

Your email address will not be published. Required fields are marked *