ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା
1 min read
ଭୁବନେଶ୍ୱର: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଲଗାତାର ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ଟି ସହର ରହିଛି । ୩୫୫ଏକ୍ୟୁଆଇ ସହ ଆଜି ମଧ୍ୟ ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ, ୩୨୨ ଏକ୍ୟୁଆଇ ସହ ବାରିପଦା ତୃତୀୟ ପ୍ରଦୂଷିତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୩ ରହିଛି ।
ତେବେ ଗତକାଲି ରାଜଧାନୀ ଦିଲ୍ଲୀରେ ବାୟୁର ମାନ ୨୩୬ ଥିଲା ବେଳେ ଆଜି ସକାଳ ୮ଟାରେ ୨୩୫ ରହିଛି । ସେହିପରି ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଥିଲା ଓଡ଼ିଶାର ୭ ସହର। ୩୮୦ ଏକ୍ୟୁଆଇ ସହ ଗତକାଲି ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହରର କୁଖ୍ୟାତି ଅର୍ଜିଥିବା ବେଳେ ୩୪୬ ଏକ୍ୟୁଆଇ ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ରହିଥିଲା ।


