July 27, 2024

ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

1 min read

ବଲାଙ୍ଗୀର: ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା । ଏଥିପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀ ତଥା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ହେବ ନବାନ୍ନ ବିଧି । ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି । ପ୍ରଥମେ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗିବା ପରେ ପଶ୍ଚିମ ଓଡିଶାର ସମସ୍ତ ଲୋକେ ନୂଆଁ ଖାଇବେ।

More Stories

Leave a Reply

Your email address will not be published. Required fields are marked *