July 27, 2024

UG ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

1 min read

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରମାନେ ଜୁନ୍ ୩ ଅପରାହ୍ନ ୪ଟାରୁ ଅନଲାଇନ୍ ଆବେଦନ କରିପାରିବେ। ଏହାପରେ ଜୁନ୍ ୧୮ରୁ ୧୯ ମଧ୍ୟରେ CAF ର ତ୍ରୁଟି ସୁଧାରି ପାରିବେ।

ଆସନ୍ତା ଜୁନ୍ ୧୭ ପର୍ଯ୍ୟନ୍ତ ସାମ୍ସ ଅଫିସିଆଲ ୱେବସାଇଟରେ http://samsodisha.gov.in ଯାଇ ଛାତ୍ରୀଛାତ୍ର ମାନେ ଆବେଦନ କରିଆପରିବେ। ଏହାପରେ ଜୁନ୍ ୧୮ରୁ ୧୯ ମଧ୍ୟରେ ସେମାନଙ୍କୁ କମନ ଆପ୍ଲିକେସନ ଫର୍ମ(CAF)ର ତ୍ରୁଟି ସୁଧାରିବାକୁ ସୁଯୋଗ ପାଇବେ।

ଏହାପରେ ୫ରୁ ୮ ଜୁଲାଇ ଯାଏଁ Slide/Freeze/Float ଅପ୍ସନ ଚୟନ କରିପାରିବେ। ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ। ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ରାଜ୍ୟର ୩ ବିଶ୍ୱବିଦ୍ୟାଳୟ ଓ ୩ ସ୍ୱୟଂ ଶାଶିତ କଲେଜରେ ୪ ବର୍ଷିଆ ପାଠ୍ୟକ୍ରମ ଇଣ୍ଟିଗ୍ରେଟେଡ୍ ବି.ଏ, ବି.ଇଡି ଏବଂ ବି.ଏସସି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *