January 27, 2026

ଅଣରାଜସ୍ୱ କାମ କରିବେ ନାହିଁ

1 min read

ଭୁବନେଶ୍ବର: ରାଜସ୍ୱ ଅଧିକାରୀମାନଙ୍କୁ ଏଣିକି ଅଣରାଜସ୍ଵ କାମ କରିବାକୁ ପଡିବ ନାହିଁ। ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖାଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଅନେକ ସଂସ୍କାର କରିବାର ଆବଶ୍ୟକତା ଅଛି। ରାଜସ୍ୱ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ମାନେ ବିଭାଗ ପ୍ରତି କେମିତି ସଂପୂର୍ଣ୍ଣ ନ୍ୟାୟ କରିପାରିବେ ଓ ଲୋକଙ୍କ ପାଖରେ ସୁଫଳ ପହଞ୍ଚାଇବା ଲାଗି ପ୍ରତିବଦ୍ଧତା ସହ କାମ କରିବେ ସେଥିପାଇଁ ଅନେକ ସଂସ୍କାର ଅଣାଯାଉଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି
ପୂଜାରୀ କହିଛନ୍ତି, ଅନେକ ପୁରୁଣା ଆଇନ ଗୁଡ଼ିକୁ ସଂଶୋଧନ କରାଯିବ ଓ ଅନାବଶ୍ୟକ ଆଇନ ଗୁଡିକୁ ରଦ୍ଦ କରାଯିବ।