July 27, 2024

ଡ୍ରଗ୍ସରୁ ମୁକ୍ତି ସଂକ୍ରାନ୍ତରେ ଇନରହ୍ୱିଲ କ୍ଲବର ଆଲୋଚନାଚକ୍ର

1 min read

ଭୁବେନଶ୍ୱର,(ନି.ପ୍ର),୧୬/୧: ସହିଦନଗର ସ୍ଥିତ ମହର୍ଷି କଲେଜର ସହଭାଗୀତାରେ ଭୁବେନଶ୍ୱର ଇନରହ୍ୱିଲ କ୍ଲବ ଭୁବେନଶ୍ୱରେ(ଟେମ୍ପଲସିଟି) ଦ୍ୱାରା ଡ୍ରଗ୍ସ ଓ ଏହାର ଖରାପ ପ୍ରଭାବ ସମ୍ପର୍କରେ ଏକ ସେମିନାର ଆୟୋଜିତ ହୋଇଛି । ରାଜଧାନୀସ୍ଥିତ ଏକ ମେଣ୍ଟାଲ ହେଲଥ ସେଣ୍ଟର ମନମ ଫାଉଣ୍ଡେସନର ମୁଖ୍ୟ ମନସ୍ତତ୍ତ୍ୱବିତ୍ ସୌମ୍ୟା ମହାପାତ୍ର ଏଥିରେ ବକ୍ତାଭାବେ ଯୋଗ ଦେଇଥିଲେ । ଆଜିର ଯୁବପିଢିର କିଛି ପଥଭ୍ରଷ୍ଟ ଯୁବକଯୁବତୀ ନିଶା ଔଷଧ(ଡ୍ରଗ୍ସ) ସେବନର ଜାଲରେ ପଡ଼ୁଛନ୍ତି । ନିଶା ଔଷଧ ସେବନର କାରଣ ଓ ଏହାର କିପରି ନିରାକରଣ କରାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ମଧ୍ୟ କହିଥିଲେ ଯେ, ତାଙ୍କ ସଂଗଠନ ଡ୍ରଗ୍ସ ସେବନକାରୀମାନଙ୍କୁ ଆରୋଗ୍ୟ କରିବା ପାଇଁ କାର୍ଯ୍ୟ କରୁଅଛି । ଏ ସଂକ୍ରାନ୍ତ ଚିକିତ୍ସାରେ ତାଙ୍କ ନିଜର ମଧ୍ୟ ଅବଦାନ ରହିଛି । ପ୍ରଶ୍ନୋତର ଅଧିବେସନରେ ଛାତ୍ରଛାତ୍ରୀମାନେ ଡ୍ରଗ୍ସ ସଂକ୍ରାନ୍ତରେ ପ୍ରଶ୍ନମାନ ଉପସ୍ଥାପନ କରିଥିଲେ ଓ ସେ ସବୁର ଉତ୍ତର ତାଙ୍କଦ୍ୱାରା ଦିଆଯାଇଥିଲା । ମହର୍ଷି କେଲଜର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଶପଥ ଜରିଆରେ ଏକ ଡ୍ରଗ୍ସମୁକ୍ତ ସମାଜ ସୃଷ୍ଟିରେ ସହାୟତା କରିବାକୁ ପ୍ରବତ୍ତର୍ନା ଦେଇଥିଲେ । ଆଲୋଚନାଚକ୍ରରେ ଇନରହ୍ୱିଲ କ୍ଲବର ଅଧ୍ୟକ୍ଷା ମଧୁମିତା ଦାସ, ଚାଟର୍ର ଅଧ୍ୟକ୍ଷା ଅଳକା ମିଶ୍ର, ଆଇଏସଓ ରାଜଲକ୍ଷ୍ମୀ ସାବତ, ସଦସ୍ୟା ଅଂଶୁ ମିଶ୍ର ଓ ବନଜ ବେହରା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *