August 30, 2026

୯ ଥର ଚମ୍ପିଆନ୍‌ ନେଦରଲାଣ୍ଡ୍‌ସ ପରାସ୍ତ ସୁଟ୍‌ଆଉଟ୍‌ରେ ଜିତି ଆର୍ଜେଣ୍ଟିନା ଚମ୍ପିଆନ୍‌

1 min read

ଆମ୍‌ଷ୍ଟଲଭିନ୍‌: ଆର୍ଜେଣ୍ଟିନା ଚଳିତ ସଂସ୍କରଣର ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ରେ ଚମ୍ପିଆନ୍‌ ଆଖ୍ୟା ଅର୍ଜନ କରିଛି। ଗତ ତିନିଥର ଏବଂ ସର୍ବାଧିକ ୯ ଥର ଚମ୍ପିଆନ୍‌ ନେଦରଲାଣ୍ଡ୍‌ସକୁ ଶନିବାର ଫାଇନାଲରେ ହରାଇ ଚମତ୍କାର କରିପାରିଛି ଆର୍ଜେଣ୍ଟିନା ମହିଳା ଦଳ। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ୩-୧ ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ଆର୍ଜେଣ୍ଟିନା ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ​‌େ​‌ର ଖେଳ ୧-୧ ଗୋଲ୍‌ରେ ଡ୍ର ରହିଥିଲା। ନିର୍ଦ୍ଧାରିତ ସମୟ ଏବଂ ପରେ ସୁଟ୍‌ଆଉଟ୍‌ରେ ଏକାଧିକ ନିଶ୍ଚିତ ଗୋଲ୍‌ ବଞ୍ଚାଇ ଗୋଲ୍‌ରକ୍ଷକ କ୍ରିଷ୍ଟିନୋ କୋସେଣ୍ଟିନୋ ଆର୍ଜେଣ୍ଟିନା ବିଜୟର ବିନ୍ଧାଣୀ ସାଜି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ୨୦୧୦ ପରେ ପ୍ରଥମଥର ନେଦରଲାଣ୍ଡ୍‌ସ ମହିଳା ଦଳ ବିଶ୍ବକପ୍‌ ଫାଇନାଲରେ ପରାସ୍ତ ହୋଇଛି। ୨୦୧୦ରେ ନେଦରଲାଣ୍ଡ୍‌ସକୁ ହରାଇ ଆର୍ଜେଣ୍ଟିନା ଚମ୍ପିଆନ୍‌ ହେବା ପରେ ନେଦରଲାଣ୍ଡ୍‌ସ କ୍ରମାଗତ ୩ ଥର ବିଶ୍ବ ଚମ୍ପିଆନ୍‌ ହୋଇଥିଲା। ଚଳିତବର୍ଷକୁ ମିଶାଇ ଆର୍ଜେଣ୍ଟିନା ମହିଳା ଦଳ ୩ୟ ଥର ବିଶ୍ବ ଚମ୍ପିଆନ୍‌ ହୋଇଛି। ୩୦ ମିନିଟରେ ପେନାଲ୍‌ଟି କର୍ଣ୍ଣରରୁ ନେଦରଲାଣ୍ଡ୍‌ସର ୟିବି ୟାନ୍‌ସେନ୍ ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। ୫୪ ମିନିଟରେ ଆର୍ଜେଣ୍ଟିନାର ଅଗ​‌ଷ୍ଟିନା ଗୋଞ୍ଜୋଲାନି ଗୋଲ୍‌ ସୁଝାଇ ଦେଇଥିଲେ।
ରବିବାର ସ୍ପେନ୍‌ ଓ ଜର୍ମାନୀ ମଧ୍ୟରେ ପୁରୁଷ ହକି ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ।