August 30, 2026

ସୁବର୍ଣ୍ଣରେଖା ନଦୀ ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଲେ ଯୁବକ

1 min read

ବାଙ୍ଗିରିପୋଷି: ସୁବର୍ଣ୍ଣରେଖା ନଦୀ ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଲେ ଯୁବକ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାମଶୋଳା ସ୍ଥିତ ସୁବର୍ଣ୍ଣରେଖା ନଦୀ ପୋଲ ଉପରୁ ନଦୀ ଭିତରକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ମୟୂରଭଞ୍ଜଜିଲ୍ଲା ଚାନ୍ଦୁଆ ଅଞ୍ଚଳର ୩୨ ବର୍ଷୀୟ ରାସବିହାରୀ ବେହେରା ବୋଲି ଜଣାପଡ଼ିଛି।

ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଯୁବକ ଜଣକ ବାଇକ୍ (ଓଡି-୧୧ଏ-ଏଚ-୧୧୬୯) ଯୋଗେ ଆସି ହଠାତ୍ ପୋଲ ଉପରେ ଗାଡ଼ିଟିକୁ ରଖି ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ଖବର ପାଇ ଝାଡ଼ଖଣ୍ଡର ବହଡ଼ାଗୋଡ଼ା ପୁଲିସ, ଝାରପୋଖରିଆ ପୁଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଯୁବକ ଜଣକ କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ପୁଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଚାଲିଛି।