ଇ- କଓ୍ବୋଇସି ଯାଞ୍ଚ ପରେ ମିଳିବ ନୂଆ ରାସନ କାର୍ଡ
1 min read
ଭୁବନେଶ୍ୱର : ଇ- କଓ୍ବୋଇସି ଯାଞ୍ଚ ପରେ ନୂଆ ରାଶନ କାର୍ଡ ମିଳିବ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାଶନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି। ଆବେଦନ କରିଥିବା ହିତାଧିକାରୀ ନୂଆ ରାଶନ କାର୍ଡ ପାଇବେ। ଇ- କଓ୍ବୋଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ଉପଲବ୍ଧ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି । ନୂଆ ରାସନ କାର୍ଡ ପାଇଁ ସରକାର ଚିନ୍ତା କରୁଛନ୍ତି । ବୁଧବାର ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ସୂଚନା ଦେଇଛନ୍ତି । ରାସନ କାର୍ଡ ପାଇଁ ଇ- କଓ୍ବୋଇସି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରିବା ବାଧ୍ୟତାମୂଳକ ନୁହେଁ । ଇ- କଓ୍ବୋଇସି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଇ-କଓ୍ବୋଇସି ଅପଡେଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।
ନୂଆ ରାସନ କାର୍ଡ ମିଳିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ବିଗତ ଦିନରେ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ନଥିଲା । ତେଣୁ ଭୁତ କାର୍ଡ,ମୂଷା କାର୍ଡ ବାହାରୁଥିଲା । ଏକ ମାସ ମଧ୍ୟରେ ଇ- କଓ୍ବୋଇସି କାର୍ଡ ନକରିପାରିଲେ କାର୍ଡ କାଟିବ ନାହିଁ । ଇ- କଓ୍ବୋଇସି ର କୌଣସି ନିର୍ଦିଷ୍ଟ ସମୟ ସୀମା ନାହିଁ । ୨୦୨୨ରୁ ନୂତନ ରାଶନ କାର୍ଡ ଇସ୍ୟୁ କରାଯାଇନାହିଁ।
ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ରାଶନ କାର୍ଡ ପାଇବା ପାଇଁ ପାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିଲେ ।