November 7, 2025

ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର କରିଛନ୍ତି

1 min read

ନୂଆପଡ଼ା: ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ଆଜି ରୋଡ୍‌ ସୋ’ ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଶାସକ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପିକୁ କ୍ଷମତା ମିଳିବାର ୧୫ ମାସ ଅତିକ୍ରମ କରିଛି। କିନ୍ତୁ ଏହି ସମୟ ମଧ୍ୟରେ ସରକାର କିଛି କରି ନାହାନ୍ତି। କେବଳ ପ୍ରଚାରରେ ବିକାଶ ହୋଇନି ବୋଲି କହିଛନ୍ତି।

ଜନସାଧାରଣଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ବିଜେଡିର ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। ସରକାର ବଦଳିବା ପରେ ବିକାଶରେ ବାଧା ଉପୁଜିଛି। ନୂଆ ସରକାର କେବଳ ମିଛ ପ୍ରଚାର କରୁଛନ୍ତି। ରଂଗମରା ବିକାଶ କାମ କରୁଛନ୍ତି।