January 24, 2026

ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ହକି ଶିବିର

1 min read

ବେଙ୍ଗାଳୁରୁ:୨୦୨୪ ଅଲିମ୍ପିକ୍ସ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଜାତୀୟ ହକି ଶିବିର। ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆର(ସାଇ) ବେଙ୍ଗାଳୁରୁସ୍ଥିତ ଏକାଡେମୀରେ ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଥିପାଇଁ ଭାରତୀୟ ପୁରୁଷ ହକି ଦଳର ୨୭ ଜଣ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।

ଜାତୀୟ ହକି ଶିବିରରେ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ଘୋଷଣା ହେବ। ଅଲିମ୍ପିକ୍ସ ପାଇଁ ଏହି ଶିବିର ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତିରେ ସହାୟ ହେବ। “ଭାରତୀୟ ହକି ଦଳ ଏଥର ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଏହି ଶିବିର ଖେଳାଳିଙ୍କ ପ୍ରସ୍ତୁତିରେ ବହୁତ ସହାୟକ ହେବ। ଭାରତୀୟ ଖେଳାଳିମାନଙ୍କ ଫିଟନେସ ଓ ଖେଳର ରଣନୀତି ଏଠାରେ ପ୍ରସ୍ତୁତ କରାଯିବ”, କହିଛନ୍ତି ଭାରତୀୟ ପୁରୁଷ ହକି ଦଳର କୋଚ୍ କ୍ରେଗ ଫୁଲଟନ। ଜାତୀୟ ହକି ଶିବିର ପାଇଁ ଭାରତୀୟ ଦଳ ଗୋଲକିପର

୧. କୃଷ୍ଣ ବାହାଦୁର ପାଠକ

୨. ପିଆର ଶ୍ରୀଜେଶ

୩. ସୂରଜ କରକେରା

ଡିଫେଣ୍ଡର

୪. ହରମନପ୍ରୀତ ସିଂହ

୫. ଜର୍ମନପ୍ରୀତ ସିଂହ

୬. ଅମିତ ରୋହିଦାସ

୭. ଯୁଗରାଜ ସିଂହ

୮. ସଞ୍ଜୟ

୯. ଅମୀର ଅଲ୍ଲୀ

ମିଡଫିଲ୍ଡର

୧୦. ମନପ୍ରୀତ ସିଂହ

୧୧. ହାର୍ଦ୍ଦିକ ସିଂହ

୧୨. ବିବେକ ସାଗର ପ୍ରସାଦ

୧୩. ସୁମିତ

୧୪. ଶମସେର ସିଂହ

୧୫. ନୀଳକାନ୍ତ ଶର୍ମା

୧୬. ରାଜକୁମାର ପାଲ

୧୭. ବିଷ୍ଣୁକାନ୍ତ ସିଂହ

୧୮. ଆକାଶଦୀପ ସିଂହ

୧୯. ମହମ୍ମଦ ରାହୀଲ ମୌସିନ

ଫରୱାର୍ଡ

୨୦. ମନଦୀପ ସିଂହ

୨୧. ଲଲିତ କୁମାର ଉପାଧ୍ୟାୟ

୨୨. ଅଭିଷେକ

୨୩. ଦିଲପ୍ରୀତ ସିଂହ

୨୪. ସୁଖଜିତ ସିଂହ

୨୫. ଗୁରଜନ୍ତ ସିଂହ

୨୬. ବବି ସିଂହ ଧାମୀ

୨୭. ଅରଜିତ ସିଂହ ହୁଣ୍ଡାଲ

Leave a Reply

Your email address will not be published. Required fields are marked *