December 4, 2024

ପ୍ରଥମଥର ପାଇଁ ୟୁକ୍ରେନ ଯିବେ ନରେନ୍ଦ୍ର ମୋଦୀ

1 min read

ନୂଆଦିଲ୍ଲୀ: ମୋଦିଙ୍କ ୟୁକ୍ରେନ ଗସ୍ତକୁ ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଯୁଦ୍ଧ ୟୁକ୍ରେନ ଗସ୍ତ କରିବେ। ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ମୋଦୀ ୟୁକ୍ରେନ ଗସ୍ତ କରୁଛନ୍ତି। ଗୋଟିଏ ମାସ ତଳେ ପ୍ରଧାନମନ୍ତ୍ରୀ ମୋଦୀ ମସ୍କୋ ଗସ୍ତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏବେ ସେ ୟୁକ୍ରେନ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି।। ହେଲେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନାହିଁ। ସୂଚନା ଅନୁସାରେ, ମୋଦୀ ଆସନ୍ତା ୨୧ରୁ ୨୩ ତାରିଖ ମଧ୍ୟରେ ୟୁକ୍ରେନ ଗସ୍ତ କରିବେ। ସେଠାରେ ସେ ଜେଲନସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ରୁଷର ଘନଘନ ଆକ୍ରମଣ ସତ୍ତ୍ୱେ ଭାରତ କେଉଁ ଭଳି ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସୁଛି ଓ ଆଗକୁ ମଧ୍ୟ ନୂଆଦିଲ୍ଲୀ କ’ଣ ସବୁ ସହାୟତା କରିବ, ସେ ବିଷୟରେ ମୋଦି ରାଷ୍ଟ୍ରପତି ଜେଲେନସ୍କିଙ୍କ କଥା ହେବେ। ୟୁକ୍ରେନ ଗୋଟିଏ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ଅଢ଼େଇ ବର୍ଷ ହେଲାଣି ରୁଷର ମୁକାବିଲା କରି ଚାଲିଛି। ରୁଷ ଆକ୍ରମଣ କରୁଥିବାରୁ ପଶ୍ଚିମ ଦେଶ ଗୁଡ଼ିକ ମସ୍କୋ ସହ ସବୁ ପ୍ରକାରର କଟକଣା ଲଗାଇଛନ୍ତି। କିନ୍ତୁ ଭାରତ ଓ ଚୀନ ଭଳି ଦେଶ ରୁଷ ସହ କୌଣସି ପ୍ରକାରର ବ୍ୟବସାୟ ବନ୍ଦ କରି ନାହାନ୍ତି। ସେହିପରି ଯୁଦ୍ଧ ପାଇଁ ଭାରତ କେବେ ହେଲେ ସିଧାସଳଖ ରୁଷକୁ ଦାୟି କରିନାହିଁ। ଭାରତ କେବଳ କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ବାରମ୍ବାର ରୁଷ ଓ ୟୁକ୍ରେନକୁ କହି ଚାଲିଛି। ଏସବୁ ଭିତରେ ମୋଦୀ ପ୍ରଥମେ ପୁଟିନ ଓ ଆଗକୁ ଜେଲେନସ୍କିଙ୍କୁ ଭେଟିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *