May 13, 2026

ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର

1 min read

ଭୁବନେଶ୍ୱର: ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର । ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏନେଇ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ରାଜ୍ୟବାସୀଙ୍କ ନଜର ଏବେ ଏହି ବଡ଼ ଘୋଷଣା ଉପରେ ରହିଛି ।

କୁହାଯାଉଛି ଯେ ମୋଦିଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନିଜର କାରକେଡ଼ ସଖ୍ୟା କମାଇପାରନ୍ତି । ମନ୍ତ୍ରୀମାନଙ୍କ ଗାଡ଼ି ଉପରେ ଅଙ୍କୁଶ ଲାଗିପାରେ । ଜନ ପ୍ରତିନିଧି ସପ୍ତାହକ ଗୋଟିଏ ଦିନ ବାହ୍ୟ ପରିବହନ ବ୍ୟବସ୍ଥାରେ ଆସିବା ପାଇଁ ନେଇପାରନ୍ତି ନିଷ୍ପତ୍ତି । ବଡ଼ ପ୍ରତିଷ୍ଠାନ ଉପରେ ୱାର୍କ ଫର୍ମ ହୋମ ପାଇଁ ଆସିପାରେ ଗାଇଡ଼ଲାଇନ ।

ଏହି ପ୍ରସ୍ତାବ ରାଜ୍ୟରେ ପ୍ରଶାସନିକ ଖର୍ଚ୍ଚ କମାଇବା ସହିତ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି । ଅନ୍ୟପଟେ, ବଡ଼ ପ୍ରତିଷ୍ଠାନଗୁଡ଼ିକ ପାଇଁ ‘ୱର୍କ ଫ୍ରମ ହୋମ’ ନୀତି ସମ୍ୱନ୍ଧୀୟ ନୂଆ ଗାଇଡଲାଇନ ମଧ୍ୟ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହା ଦ୍ୱାରା ଯାତାୟାତ ଚାପ କମିବା ସହିତ ଇନ୍ଧନ ଓ ଶକ୍ତି ସଞ୍ଚୟ ହେବ ବୋଲି ଆଶା କରାଯାଉଛି । ତେବେ ଏହି ସମସ୍ତ ପ୍ରସ୍ତାବ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ରାଜ୍ୟବାସୀଙ୍କ ନଜର ଏବେ ଏହି ବଡ଼ ଘୋଷଣା ଉପରେ ରହିଛି ।