March 15, 2025

ନ୍ୟୁୟର୍କରେ ମୋଦୀ

1 min read

ନ୍ୟୁୟର୍କ: ଆମେରିକାର ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଛନ୍ତି। ନ୍ୟୁୟର୍କରେ ସେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ଆଲୋଚନାଚକ୍ରରେ ଯୋଗଦେବେ। ଏଠାରେ ପହଞ୍ଚିବା ପରେ ସେ ଭାରତୀୟ ପ୍ରବାସୀ ତଥା ଏଠାରେ ଅଭିନୟ କରୁଥିବା କଳାକାରମାନଙ୍କୁ ଭେଟିଥିଲେ।
ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ସହର ୱିଲମିଙ୍ଗଟନ, ଡେଲାୱେରରେ ବାର୍ଷିକ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ, ଯେଉଁଥିରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଯୋଗ ଦେଇଥିଲେ।

ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ୱାଡ୍ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ଏବଂ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ନ୍ୟୁୟର୍କର ଲଙ୍ଗ ଦ୍ୱୀପରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ। ଏହା ପରେ ସେ ୨୩ ସେପ୍ଟେମ୍ବରରେ ମିଳିତ ଜାତିସଂଘ ସାଧାରଣ ସଭାରେ ‘ସମିଟ୍ ଅଫ ଦି ଫ୍ୟୁଚର’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। କୃତ୍ରିମ ବୁଦ୍ଧିମତା, ‘କ୍ୱାଣ୍ଟମ୍ କମ୍ପ୍ୟୁଟିଂ’ ଏବଂ ‘ସେମିକଣ୍ଡକ୍ଟର’ କ୍ଷେତ୍ରରେ ଆମେରିକାର ଅଗ୍ରଣୀ କମ୍ପାନୀଗୁଡିକର ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବୈଠକ ମଧ୍ୟ କରିବେ।
ରବିବାର ପିଏମ ମୋଦୀ ନ୍ୟୁୟର୍କର ଲଙ୍ଗ ଦ୍ୱୀପରେ ଭାରତୀୟମାନଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୪ ହଜାର ଲୋକ ଅଂଶଗ୍ରହଣ କରିବାର ସମ୍ଭାବନା ଅଛି। ଏହା ସହିତ ପିଏମ ମୋଦୀ ନାଉସ୍ ଭେଟେରାନ୍ସ ମେମୋରିଆଲ୍ କଲିଜିୟମରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମର ନାମ ‘ମୋଦୀ ଆଣ୍ଡ ୟୁଏଏସ୍: ‌ପ୍ରୋଗ୍ରେସ୍ ଟୁଗେଦର’ ରଖାଯାଇଛି।

ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ନେଇ ବହୁତ ଉତ୍ସାହ ଅଛି। କୁହାଯାଇଥିଲା ଯେ ପ୍ରାୟ ୧୩,୨୦୦ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି, ଯେଉଁମାନେ ଭାରତର ବିବିଧତାର ପ୍ରତୀକ ହେବେ। ଏହି ପ୍ରୋଗ୍ରାମରେ ୫୦୦ରୁ ଅଧିକ ୱେଳକମ୍ ପାର୍ଟନର ଅଛନ୍ତି । ଏହା ବ୍ୟତୀତ ୫୦୦ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୫ ଟି ଅନୁଷ୍ଠାନର ୧୫୦ଜଣ ମିଡିଆ ବ୍ୟକ୍ତି ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଭାରତର କଳା ଓ ସଂସ୍କୃତି ପ୍ରଦର୍ଶିତ ହେବ।

Leave a Reply

Your email address will not be published. Required fields are marked *