April 13, 2026

ଦ୍ୱିତୀୟ ଦିନରେ କଟକରେ ପ୍ରବାସୀ

1 min read

କଟକ: ଦ୍ୱିତୀୟ ଦିନରେ କଟକରେ ପହଞ୍ଚିଛନ୍ତି ପ୍ରବାସୀ ଭାରତୀୟ। ସେଠାରେ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ପ୍ରଥମେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲିବାପରେ ଅନ୍ୟାନ୍ୟ ସ୍ଥାନକୁ ଯାଇଥିଲେ ପ୍ରବାସୀ। ସକାଳେ କାନାଡ଼ାରୁ ଆସିଥିବା ଦୁଇ ପ୍ରବାସୀ ନେତାଜୀ ସଂଗ୍ରହାଳୟରେ ଥିବା ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିବା ସହ ବେଶ୍ ଖୁସି ପ୍ରକାଶ କରିଥିଲେ। ଭାରତ ମୁକ୍ତି ସଂଗ୍ରାମର ପ୍ରମୁଖ ନାୟକ ଥିଲେ ନେତାଜୀ। ସମସ୍ତେ ଏଠାକୁ ଆସିବା ଓ ତାଙ୍କ ବିଷୟରେ ଜାଣିବା ବୋଲି, ଜନ୍ମସ୍ଥାନ ବୁଲି ଦେଖିବା ପରେ ମତ ଦେଇଛନ୍ତି ପ୍ରବାସୀ ଭାରତୀୟ। ତେବେ ଏଠିକାର ସ୍ୱାଗତ ଓ ଆତିଥ୍ୟରେ ସେମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି।