ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ମାରିଜୁଆନା ଜବତ
1 min read
CREATOR: gd-jpeg v1.0 (using IJG JPEG v80), quality = 82
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ମାରିଜୁଆନା ଜବତ । ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି ।
ପୁଣି ଭୁବନେଶ୍ୱର ସହରକୁ ମାରିଜୁଆନା ଚାଲାଣ ସମୟରେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ଜଣେ ଯାତ୍ରୀଙ୍କ ପାଖରୁ ମାରିଜୁଆନା ଜବତ ହୋଇଛି । ଜବତ ମାରିଜୁଆନାର ମୂଲ୍ୟ ପ୍ରାୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି । ଜଣେ ଯାତ୍ରୀଙ୍କ ଠାରୁ ଏହି ମାରିଜୁଆନା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଜବତ କରିଛି । ଯାତ୍ରୀ ଜଣକ ନିଜ ଲଗେଜରେ ୮କେଜିର ମାରିଜୁଆନା ଆଣି ଆସୁଥିଲେ । ବ୍ୟାଙ୍କକରୁ ଏହି ମାରିଜୁଆନା ଆସୁଥିବା ସୂଚନା ମିଳିଛି ।
ମାତ୍ର ୫ଦିନରେ ୩ଥର ସମାନ ପରିସ୍ଥିତି ଦେଖିବାକୁ ଦେଖିବାକୁ ମିଳିଛି । ଗତ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ମଧ୍ୟ ଧାରା ହୋଇଥିଲା ।


