ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ
1 min readବଲାଙ୍ଗିର : ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ ସତର୍କ କରାଇଛନ୍ତି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଦୁର୍ଗମ ମାଓ ଅଞ୍ଚଳରେ ଚାଲିଛି
ଓଡ଼ିଆ ଫିଲ୍ମ ସୁଟିଂ । ମାଓ ଅଞ୍ଚଳ ଥିବାରୁ ଖୁରୀପାଣି ଓ ସାପମୁଣ୍ଡ ଗାଁକୁ ଯାଇ ସୁଟିଂ କରିବାକୁ ବାରଣ କରାଯାଇଛି । ତେବେ ଏହାକୁ ନାପସନ୍ଦ କରିଛନ୍ତି ମାଓ ସଙ୍ଗଠନ । ଆଜି ବି ଖପ୍ରାଖୋଲ ଆଦର୍ଶ
ବିଦ୍ୟାଳୟ ସମ୍ମୁଖରେ ଚଳଚିତ୍ର ସୁଟିଂ ଜାରି ରହିଛି । ଖପ୍ରାଖୋଲ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କୌଣସି ଅଘଟଣ ଏଡ଼ାଇବାକୁ ରାଜ୍ୟ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବଲାଙ୍ଗୀର ଏସ୍ପି
ଏହି ନିର୍ଦ୍ଦେଶ ଜାରି କରିଛନ୍ତି । କିଛି ଦିନର ନୀରବତା ପରେ ପୁଣି ମାଓ ସକ୍ରିୟ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।