ଓଡିଶା ସୀମାନ୍ତରେ ମାଓ ପୋଷ୍ଟର
1 min readକଳାହାଣ୍ଡି : ଓଡ଼ିଶା ସୀମାନ୍ତ ଝାଡଖଣ୍ଡରେ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ପୋଷ୍ଟର ଜରିଆରେ ଘୋଷଣା କରିଛନ୍ତି ।
ମାଓବାଦୀମାନେ ଚଳିତ ମାସ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏ ସହିଦ ସପ୍ତାହ ପାଳିନ କରୁଛନ୍ତି । ସହିଦ ସପ୍ତାହକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରୁ ମାତ୍ର ଏକ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଠାରେ ସିପିଆଇ ମାଓବାଦୀମାନେ ବ୍ୟାନର ଏବଂ ପୋଷ୍ଟର ଲଗାଇଛନ୍ତି । ବ୍ୟାନର ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଘୋଷଣା କରିଛନ୍ତି । ପୋଲିସ
ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କୁ ନ୍ୟାୟ ଦାବିରେ ଏହି ସହିଦ ସପ୍ତାହ ପାଳନ କରାଯାଉଥିବ ପୋଷ୍ଟରରେ ଲେଖାଯାଇଛି । ପୋଷ୍ଟରକୁ ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଶନିବାର ବିଳମ୍ବିତ ରାତିରେ ଜରେଇକେଲା ସମେତ ପାଞ୍ଚପାହିଆ ଏବଂ ଛୋଟାନାଗରା ଅଞ୍ଚଳରେ ସିପିଆଇ ମାଓବାଦୀମାନେ ପୋଷ୍ଟର ବ୍ୟାନର ଲଗାଇଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟ, ଗତକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପୋଖରୀଘାଟ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ରାସ୍ତାକଡରେ ଏକ ମାଓ ପୋଷ୍ଟର ଲାଗିଥିବା ବେଳେ ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଇଛି ।