October 14, 2025

ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ

1 min read

ନୂଆଦିଲ୍ଲୀ:ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସେପ୍ଟେମ୍ବର ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି ଯେ ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ୨୦୨୩ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ।
ମୋହନଲାଲଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ପିଢ଼ିଙ୍କୁ ପ୍ରେରଣା ଦେଉଛି! ଭାରତୀୟ ସିନେମାରେ ତାଙ୍କର ପ୍ରତୀକାତ୍ମକ ଅବଦାନ ପାଇଁ ଏହି କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ସମ୍ମାନିତ କରାଯାଉଛି,” ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ କରାଯାଇଛି।