October 29, 2025

ଏମ୍‌ଏସ୍‌ପି କାରଖାନାରେ ବର୍ଷାକୁ ଖାତିର ନ କରି ଜାରି ରହିଛି ଆନ୍ଦୋଳନ

1 min read

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ସ୍ଥିତଏମ୍‌ଏସ୍‌ପି କାରଖାନାରେ ବାହାର ଅଣ ଓଡ଼ିଆ ନିଯୁକ୍ତିକୁ ନେଇ ଗତ ୨୭ ତାରିଖରୁ ଚାଲିଥିବା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି। ଏଣେ ଆନ୍ଦୋଳନ ଚାଲିଥିବା ବେଳେ ତେଣେ ଜିଲା ଶ୍ରମ ବିଭାଗ ପକ୍ଷରୁ ଏ ନେଇ ଆଲୋଚନା ଆଜି ଆରମ୍ଭ କରିଛି।

ପ୍ରକାଶ ଯେ, ଦୀର୍ଘ ପ୍ରାୟ ୨୫ ବର୍ଷ ହେଲା ଉକ୍ତ ଅଞ୍ଚଳରେ ଏହି କାରଖାନା ପ୍ରତିଷ୍ଠା ହୋଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ସହ ଅଞ୍ଚଳର ବିକାଶ କରି ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଲି ଆସୁଥିଲା। ଏବେ କିଛି ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ବାହାର କରି ଅଣ ଓଡ଼ିଆ ବାହାର ଲୋକଙ୍କୁ ନିଯୁକ୍ତି ଦେବା ସହ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ଗୁରୁତ୍ୱ ନ ଦେବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ କିଛି ଦିନ ତଳେ ଜିଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିବା ପରେ ଦାବି ପୂରଣ ନ ହେବାରୁ ସୋମବାରଠାରୁ ମୁଖ୍ୟ ଫାଟକ ସମ୍ମୁଖରେ କାରଖାନା ଦାରା ପ୍ରବାହିତ ସ୍ଥାନୀୟ ଅଞ୍ଚଳବାସୀ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତ। ବର୍ଷା ସତ୍ତ୍ୱେ ଆନ୍ଦୋଳନ ଜାରି ରହିଥିବା ବେଳେ ଉକ୍ତ ସ୍ଥାନରେ ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ମୁତୟନ ହୋଇଛନ୍ତି।