ଦୁଇଦିନ ହାଲୁକା ବର୍ଷା
1 min read
Water flowing along the street curb during heavy rain. Close up of splashing raindrops and air bubbles.
ଭୁବନେଶ୍ବର: ଲଘୁଚାପ ସୃଷ୍ଟି ଫଳରେ ବିଭିନ୍ନ ସ୍ଥାନରେ ତାପମାତ୍ରା ଗୁଡିକ କେନ୍ଦୁଝର ୮.୯, ଭଦ୍ରକ ୯.୫, କୋରାପୁଟ ୧୦.୮, ବଲାଙ୍ଗିର ୧୦, ବୌଦ୍ଧ ୧୦.୨, ତାଳଚେର ୧୦.୮, ଢେଙ୍କାନାଳ ୧୦.୫, ଭୁବନେଶ୍ବର ୧୩.୬ ଏବଂ କଟକରେ ୧୨.୫ଡିଗ୍ରୀ ପାରଦ ରହିଛି। ରାଜ୍ୟର ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳକୁ ଥିବାରୁ ପ୍ରଚଣ୍ଡ ଶୀତ ଅନୁଭୂତ ହେଉଛି। ଫୁଲବାଣୀ, ଭବାନୀପାଟଣା ଏବଂ ରାଉରକେଲାରେ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା ସହ ଉତ୍ତର ଉପକୂଳବର୍ତ୍ତୀ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ରାତି ତାପମାତ୍ରା ହ୍ରାସ ଘଟିଛି। ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକରୁ କମ୍ ରେକର୍ଡ କରାଯାଇଥିବାବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକ୍ଠାରୁ କମ୍ ରହୁଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। କେତେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ଯୋଗୁ ଶୀତ କମିବା ସମ୍ଭାବନା ରହିଛି।