ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କର ମିଳିଲା ଭାସୁଥିବା ମୃତଦେହ
1 min read
କଟକ: ମହାନଦୀରେ ଭାସୁଥିବା ଅଜଣା ମୃତଦେହର ପରିଚୟ ମିଳିଛି। କଟକ ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଲାଗିଥିବା ମୃତଦେହକୁ ଉଦ୍ଧାର କରି ଏସସିବି ପଠାଇଛି ପୁଲିସ। ଉଦ୍ଧାର ମୃତଦେହ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କର।
ପୁଲିସର ସୂଚନା ଅନୁଯାୟୀ, ମୃତକ ହେଲେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସିଂହ(୭୮)। ତାଙ୍କ ଘର କଟକ ରାଜେନ୍ଦ୍ରନଗର ହୋଇଥିବାବେଳେ ସେ ନନ୍ଦନକାନନ ପାଖାପାଖି ରହୁଥିଲେ। ମୃତକଙ୍କ ପରିବାର ଲୋକ ୧୫ତାରିଖ ଦିନ ସେ ନିଖୋଜ ଥିବା ନେଇ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୁଲିସ ତଦନ୍ତ ଜାରି ରଖିଛି।