March 11, 2026

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

1 min read

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସଂଘ ସଭାପତି ହୃଦୟ ରଞ୍ଜନ ମେକାପଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପ୍ରାକ୍ତନ ସଭାପତି ହରପ୍ରସାଦ ରଥ ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ୍‌ ନୀଳିମା ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସଞ୍ଜୀବ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଓକିଲ ସଂଘ ପକ୍ଷରୁ ଅନେକ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ମଧୁବାବୁଙ୍କ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ସଂଘର ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ସାହୁ, ସହସମ୍ପାଦକ ରବିଚନ୍ଦ୍ର ଗୌଡ଼, କୋଷାଧ୍ୟକ୍ଷ ସୀମାଞ୍ଚଳ ପ୍ରଧାନ, ସରକାରୀ ଓକିଲ ନକୁଳ ପ୍ରଧାନ, ନିଳାଞ୍ଚଳ ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧଜ ସିଂହ, ରତ୍ନାକର ମେକାପ, ହେମନ୍ତ କୁମାର ପାଣିଗ୍ରାହୀ, କୁରେଶୁ ପଣ୍ଡା, ପରେଶ ଚନ୍ଦ୍ର ରଥ, ସୁକାନ୍ତ କୁମାର ପ୍ରଧାନ, ମନୋରଞ୍ଜନ ପଣ୍ଡା, ପ୍ରିୟ ରଞ୍ଜନ ପଟ୍ଟନାୟକ, ସଞ୍ଜୟ କୁମାର ପଣ୍ଡା, ପ୍ରହଲ୍ଲାଦ ପ୍ରଧାନ,ବିଜୟ କୁମାର ପ୍ରଧାନ, କିଶୋର ଚନ୍ଦ୍ର ଗୌଡ଼, ବିପିନ ବିହାରୀ ପଟ୍ଟନାୟକ,ପ୍ରଦୀପ କୁମାର ପଟ୍ଟନାୟକ,ପି.ଶିବଶଙ୍କର,ଯୁଧିଷ୍ଠିର ପାତ୍ର, ଲକ୍ଷ୍ମୀନୃସିଂହ ସାହୁ, ପୁଷ୍ପାଞ୍ଜଳି ସାହୁ,ପ୍ରଫୁଲ୍ଲ ସେଠୀ ପ୍ରମୁଖ ବହୁ ସଂଖ୍ୟକ ଆଇନଜୀବୀ ସଭାରେ ଉପସ୍ଥିତ ଥିଲେ।