July 27, 2024

ଶେଷ ପର୍ଯ୍ୟାୟ ନିର୍ବାଚନ :ପ୍ରଚାର କରୁଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

1 min read

ବାଲେଶ୍ୱର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ଆଶୀର୍ବାଦ ଲୋଡିଛନ୍ତି। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ ଦସ୍ତଖତ ବିଜୁଳି ବିଲ୍‌‌ ଛାଡ କରିବେ, ଦ୍ୱିତୀୟ ଦସ୍ତଖତ ବିଏସକେୱାଇ କାର୍ଡ ସମସ୍ତେ ପାଇବେ ଏବଂ ତୃତୀୟ ଦସ୍ତଖତ ମିଶନଶକ୍ତି ମାମାନେ ୬୦ବର୍ଷ ପରେ ପେନସନ ପାଇବା ଭଳି ବ୍ୟବସ୍ଥା କରିବେ। ଅନ୍ୟପଟେ ପାଣ୍ଡିଆନ କହିଛନ୍ତି ବିଜେପି ମିଶନ ଶକ୍ତି ବନ୍ଦ କରିବାକୁ ଷଡଯନ୍ତ୍ର କରୁଛି। ଏହା ଆପଣମାନେ ହେବାକୁ ଦେବେ ନାହିଁ। ଯଦି ବିଜେପିଏଠାରେ ସରକାର ଗଠନ କରିବ ତେବେ ମିଶନ ଶକ୍ତି, ବିଏସକେୱାଇ ଯୋଜନା ବନ୍ଦ କରିବ। ତେବେ ମିଶନ ଶକ୍ତିକୁ ଯିଏ ବନ୍ଦ କରିବାକୁ ଷଡଯନ୍ତ୍ର କରି ମା ମାନେ ତାକୁ ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ କହିଛନ୍ତି। ବାଲେଶ୍ୱରର ବିଭିନ୍ନ ସ୍ଥାନ ଯଥା ଜଳେଶ୍ୱର, ଭୋଗରାଇ, ବେତନଟୀରେ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌‌।

Leave a Reply

Your email address will not be published. Required fields are marked *