ଜଳୁଛି କୋରାପୁଟ ଟେବୁଲ ମାଉଣ୍ଟେନ
1 min read
କୋରାପୁଟ: ଆଜି ଅପରାହ୍ନରେ କୋରାପୁଟ ସହରର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ ଲାଗିଥିବା ଦେଖାଦେଇଛି। ଜଙ୍ଗଲରେ ହୁତୁହୁତୁ ହୋଇ ନିଆଁ ଜଳୁଥିବା ବେଳେ କେହି ନିଆଁ ଲଗାଇ ଦେଇଥିବା ନେଇ ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ଜଙ୍ଗଲ ବିଭାଗ ସଚେତନତା ବୈଠକ କରିଲେ ଵି କୌଣସି ପ୍ରଭାବ ପଡୁନି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ସମ୍ପୂର୍ଣ ଆୟତ୍ତ କରିଥିବା ଦେଖିବାକୁ ମିଳିଛି।


