April 14, 2026

ଆଇପିଏଲ୍‌ର ୨୨ତମ ଲିଗ୍ ମ୍ୟାଚରେ ଆଜି ଚେନ୍ନାଇ ସୁପର କିଙ୍ଗକୁ ଭେଟିବ କୋଲକତା ନାଇଟ ରାଇଡର୍ସ

1 min read

ଚେନ୍ନାଇ:ଚଳିତ ଆଇପିଏଲ୍‌ର ୨୨ତମ ଲିଗ୍ ମ୍ୟାଚରେ ଆଜି ଚେନ୍ନାଇ ସୁପର କିଙ୍ଗକୁ ଭେଟିବ କୋଲକତା ନାଇଟ ରାଇଡର୍ସ। ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ଉଭୟଙ୍କ ପଏଣ୍ଟ ତାଲିକାର ଅନ୍ତିମ୨ ସ୍ଥାନରେ ରହିଥିବାରୁ ଉପରକୁ ଉଠିବାକୁ ତତ୍ପର । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ପୂର୍ବ ରେକର୍ଡକୁ ଦେଖିଲେ ଆଜି ଚେନ୍ନାଇ ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ଚେନ୍ନାଇ ୨୦ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ଚେନ୍ନାଇ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହେବା ପରେ ଶନିବାର ଦିନ ଦିଲ୍ଲୀକୁ ହରାଇ ୨ ପଏଣ୍ଟ ଅର୍ଜନ କରିଥିଲା । ଆଜି ମଧ୍ୟ ଦଳ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳିବ । ତେଣୁ ବିଜୟଧାରା ଜାରି ରଖିବାକୁ ଚେନ୍ନାଇ ପ୍ରୟାସ କରିବ।କୋଲକାତା ୪ଟି ମ୍ୟାଚ ଖେଳିସାରିଥିଲେ ହେଁ କେବଳ ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ପାଇଛି । ଏକାଧିକ ବୋଲର ଆହତ ଥିବାରୁ ଏହାର ପ୍ରଭାବ କୋଲକାତା ଉପରେ ପଡ଼ୁଛି । ତେଣୁ ଦଳ ଶୃଙ୍ଖଳିତ ବୋଲିଂ ଉପରେ ପ୍ରାଥମିକତା ଦେବ ।