June 5, 2025

କୋହଲିଙ୍କ ଲକି ନମ୍ବର ୧୮

1 min read

ନୂଆଦିଲ୍ଲୀ: କୋହଲିଙ୍କ ଲକି ନମ୍ବର ୧୮ । ଏକଥା ସାରା ଦୁନିଆ ଜାଣିଛି । ଆଉ କୋହଲିଙ୍କ ପ୍ରଶଂସକ ତ ୧୮ ନଂ ଜର୍ସି ପିନ୍ଧି ଗତକାଲି ଠାରୁ ଆରସିବି ବିଜୟର ଉତ୍ସବ ମନାଉଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗତକାଲିର ମ୍ୟାଚରୁ ଫାଇନାଲ୍ ଟ୍ରଫି ହାତେଇବା ଯାଏଁ ହିଁ ୧୮ ନଂ ସଂଖ୍ୟାର ଏକ ବିରାଟ ସଂଯୋଗ ଥିଲା । ହଁ ‘ବିରାଟ’ ସଂଯୋଗ, ମାନେ ଆରସିବି ଆଇପିଏଲ୍ ଚାମ୍ପିୟନ ହେବା ପରେ ତ ଟିମର ୧୮ ବର୍ଷର ସ୍ବପ୍ନ ପୂରଣ ହୋଇଥିଲା
ଆଉ ୧୮ ବର୍ଷ ଅପେକ୍ଷାର ଅନ୍ତ ହୋଇଥିଲା ।

ସେପଟେ ଏହି ୧୮ ବର୍ଷର ସ୍ବପ୍ନ ସାକାର ପଛରେ ଥିଲା ୧୮ ନଂ ଜର୍ସି ପିନ୍ଧା ଷ୍ଟାର ବ୍ୟାଟର ବିରାଟଙ୍କ ପରିଶ୍ରମ, ସଂଘର୍ଷ, ତ୍ୟାଗ ଏବଂ ଗୋଟିଏ ଦଳ ପ୍ରତି ସମର୍ପଣ ଭାବ । କୋହଲିଙ୍କ ଜର୍ସି ନମ୍ବର ୧୮, ଆରସିବି ଚାମ୍ପିୟନ ହେବା ବର୍ଷ ବି ୧୮ … ଆଉ ସବୁଠାରୁ ବଡ ସଂଯୋଗ କଣ ଜାଣନ୍ତି- ଗତକାଲି ତାରିଖକୁ ଯଦି ଆପଣ ମିଶାଇ ଦେବେ ତାହାଲେ ମୋଟ ସଂଖ୍ୟାର ପରିମାଣ ବି ହେବ ୧୮ । ଗତକାଲି ତାରିଖ ଥିଲା ୦୩.୦୬.୨୦୨୫ ଏହି ତାରିଖର ସମସ୍ତଙ୍କ ସଂଖ୍ୟାକୁ ଯଦି ଆମେ ଯୋଗ କରିବା ତାହାଲେ ୦୩+୦୬+୨+୦+୨+୫= ୧୮ ହିଁ ସଂଖ୍ୟା ପଡୁଛି । ତେଣୁ ଖାଲି ଗୋଟିଏ ଦିନରେ ତିନି ତିନି ୧୮ ଅଙ୍କକୁ ନେଇ ସଂଯୋଗ ।