May 1, 2025

ଓଡ଼ିଶା ହାଇକୋର୍ଟ ଆସିବେ ଜଷ୍ଟିସ୍‌ କୃଷ୍ଣ ଦୀକ୍ଷିତ

1 min read

କଟକ : କର୍ଣ୍ଣାଟକ ହାଇକୋର୍ଟର ବିଚାରପତି କୃଷ୍ଣ ଶ୍ରୀପଦ ଦୀକ୍ଷିତଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌କୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଚଳିତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ ଜଷ୍ଟିସ୍‌ ଶ୍ରୀପଦଙ୍କ ସହ ମୋଟ ୭ ଜଣ ବିଚାରପତିଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରିବା ପାଇଁ କଲେଜିୟମ ନିଷ୍ପତ୍ତି ନେଇଛି। କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍‌ ହେମନ୍ତ ଚନ୍ଦନ ଗୌଡାଙ୍କୁ ମାଡ୍ରାସ୍‌ ହାଇକୋର୍ଟ, ଜଷ୍ଟିସ୍‌ କ୍ରିଷ୍ଣନ୍‌ ନଟରାଜନ୍‌ଙ୍କୁ କେରଳ ହାଇକୋର୍ଟ ଓ ଜଷ୍ଟିସ୍‌ ଏନ୍‌. ଶ୍ରୀନିବାସନ୍‌ ସଞ୍ଜୟ ଗୌଡାଙ୍କୁ ଗୁଜରାଟ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ ହୋଇଛି। ସେହିପରି ତେଲଙ୍ଗାନା ହାଇକୋର୍ଟର ଜଷ୍ଟିସ୍‌ ଏମ୍‌.ଏସ୍‌ ପେରୁଗୁ ଶ୍ରୀ ସୁଦ୍ଧାଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଓ ଜଷ୍ଟିସ୍‌ କେ. ସୁରେନ୍ଦରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଜଷ୍ଟିସ୍‌ ଡ. କେ.ଏମ୍‌ ରାଓଙ୍କୁ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌କୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି।