ଜଙ୍ଗଲବାବୁଙ୍କ ଅମାପ ସମ୍ପତ୍ତି
1 min read
ଭୁବନେଶ୍ୱର: ଜଙ୍ଗଲବାବୁଙ୍କ ଅମାପ ସମ୍ପତ୍ତି, ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ୭ଟି ଉଚ୍ଚ ମୂଲ୍ୟର ପ୍ଲଟ, ପ୍ରାୟ ୧କିଲୋଗ୍ରାମ ସୁନା, ନଗଦ ୮.୭୦ଲକ୍ଷ ଟଙ୍କା ଠାବ ହୋଇଛି । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ଜଗତସିଂହପୁର ଏବଂ କୋରାପୁଟ ଜିଲା ସ୍ଥିତ ନିରଞ୍ଜନ ଶତପଥୀଙ୍କ ୫ଟି ଠିକଣାରେ ଚଢାଉ କରିଥିଲା ।
ସୂଚନା ଅନୁସାରେ ନିରଞ୍ଜନଙ୍କର ଭୁବନେଶ୍ୱର ଝାରପଡା ସ୍ଥିତ ୨ଟି ତିନି ମହଲା କୋଠା, ସେମିଳିଗୁଡାରେ ଏକ କୋଠା ରହିଛି । ନିରଞ୍ଜନଙ୍କ ଘରୁ ଏକ କିଲୋର ସୁନା ଗହଣା, ବ୍ୟାଙ୍କ, ଡାକ ଜମା ଏବଂ ଅନ୍ୟାନ୍ୟ ନିବେଶ ଏବଂ ୧ଚାରି ଚକିଆ ଓ ୩ ଦୁଇ ଚକିଆ ଯାନ ଠାବ ହୋଇଛି ।


