October 29, 2025

ନୂଆପଡ଼ା ସଦର ବ୍ଲକ୍ ଜିଲ୍ଲାପରିଷଦ ଜୋନ୍ ୭ରେ ଜୟ ଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ଜୟ ଢୋଲକିଆଙ୍କ ମା

1 min read

ନୂଆପଡା: ମା ଙ୍କ ଆଶୀର୍ବାଦ ରୁ ବାଜିମାତ କରିବେ ଜୟ । ଆଜି ନୂଆପଡ଼ା ସଦର ବ୍ଲକ୍ ଜିଲ୍ଲାପରିଷଦ ଜୋନ୍ ୭ରେ ଜୟ ଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ଜୟ ଢୋଲକିଆଙ୍କ ମା ତଥା ସ୍ବର୍ଗତ ରାଜୁ ଢୋଲକିଆ ଙ୍କ ପତ୍ନୀ କଳ୍ପନା ଢୋଲକିଆ। ସେ ଜୋନ ୭ର ଗାଁ କୁ ଗାଁ ବୁଲି ଜୟ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ କଳ୍ପନା କହିଛନ୍ତି ତାଙ୍କ ସ୍ଵାମୀ ସ୍ବର୍ଗତ ରାଜୁ ଢୋଲକିଆ ଙ୍କ ସେବା କାର୍ଯ୍ୟ କୁ ଜୟ ଆଡ଼କୁ ନେବ। ସେଥିପାଇଁ ସେ ନିର୍ବାଚନ ରେ ଛିଡ଼ା ହୋଇଛି। ଲୋକଙ୍କ ଆଶୀର୍ବାଦ ରୁ ବିଜୟ ସୁନିଶ୍ଚିତ । ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ , ସାରବଙ୍ଗ ସମିତି ସଭ୍ୟ ଜାଗୃତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।