ଅଳ୍ପକେ ବର୍ତ୍ତିଛନ୍ତି ଶହେରୁ ଊର୍ଦ୍ଧ୍ୱ ଯାତ୍ରୀ
1 min read
ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ବସ୍ର ବ୍ରେକ୍ ଫେଲ୍ ହେବାରୁ ଏହା ଅଣାୟତ୍ତ ହୋଇ ଘାଟିରାସ୍ତାରୁ ଗଡ଼ିଗଡ଼ି ତଳକୁ ଆସିଥିଲା। ସୌଭାଗ୍ୟ ବଶତଃ ବସ୍ଟି ପଥରକୁ ଧକ୍କା ଦେଇ ଅଟକି ଯାଇଥିଲା। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଶହେରୁ ଅଧିକ ଯାତ୍ରୀ। ବସ୍ଟି କେନ୍ଦୁଝରରୁ କୋଲକାତା ଆଡ଼କୁ ଯାଉଥିବା ବେଳେ ବାଙ୍ଗିରିପୋଷି ଘାଟିର ଅଧା ରାସ୍ତାରେ ବ୍ରେକ ଫେଲ ହୋଇଥିବା କୁହାଯାଉଛି। ଏଥିରେ ମୁର୍ସିଦାବାଦ ଅଞ୍ଚଳର ଶହେରୁ ଅଧିକ ଲୋକ ଥିଲେ। ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ସେମାନେ ନିଜନିଜ ଘରକୁ ଫେରୁଥିଲେ। ପାଞ୍ଚରୁ ଛଅ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ଓ ପୁଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି।


