ବନ୍ଧା ହେଲେ ଜଳସେଚନ ବିଭାଗ ଏସଡିଓ
1 min read
ଭଞ୍ଜନଗର: ଗିରଫ ହେଲେ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା। ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଉଥିଲା। ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ସ୍ଥିତ ବସନ୍ତ ବିହାର ଅଞ୍ଚଳରେ ପ୍ରାୟ ୩୫୫୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ତିନିତଳ ବିଲ୍ଡିଂ,ବ୍ରହ୍ମପୁର ସହର ଓ ଚାରିପାଖରେ ୫ଟି ମୂଲ୍ୟବାନ ପ୍ଲଟ୍, ପୋଲସରା ରେ ଥିବା ପୈତୃକ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ୮୦୦ ଟଙ୍କା ଏବଂ ବସନ୍ତ ବିହାର ସ୍ଥିତ ତିନି ତଳ କୋଠାରୁ ୧୫.୧୩ ଲକ୍ଷ ଏବଂ ଭଞ୍ଜନଗର ସରକାରୀ କ୍ୱାର୍ଟରରୁ ୩.୭୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଏହାସହ ୫୭ ଲକ୍ଷ ଟଙ୍କାର ଏକ କଙ୍କ୍ରିଟ୍ ମିକ୍ସର ମେସିନ୍, ୩୭ ଲକ୍ଷ ଟଙ୍କାର ଏକ ଜେସିବି ମେସିନ୍ , ଏକ ଚାରିଚକିଆ ଗାଡ଼ି ସହ ୩ଟି ଦୁଇଚକିଆ ଯାନ ଜବତ ହୋଇଛି। ୩ ଜଣ ଡ଼ିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଚଢାଉରେ ନିୟୋଜିତ ଥିଲେ।


