August 15, 2026

ଇରାନର ନୌସେନା ଏବଂ ବାୟୁସେନା ଧ୍ୱଂସ ପାଇଛି

1 min read

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନର ନୌସେନା ଏବଂ ବାୟୁସେନା ଧ୍ୱଂସ ପାଇଛି ଏବଂ ଏହାର ବରିଷ୍ଠ ନେତୃତ୍ୱ ଦୁର୍ବଳ ହୋଇଯାଇଛି। ଆମେ ଆଶାତୀତ ଭାବେ କେତେ ସଫଳ ହୋଇଛୁ ଏହା ପ୍ରକୃତରେ କାହାକୁ ଜଣା ନାହିଁ। କେହି ଏହି ସଫଳତାକୁ ଆକଳନ କରି ପାରୁନାହାନ୍ତି। ଇରାନ ପାଖରେ ଆଉ ସେମାନଙ୍କର କୌଣସି ନୌସେନା ନାହିଁ। ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଇରାନର ପାଖରେ ମୋଟ ୧୫୯ ଜାହାଜ ଥିଲା। ତେବେ ସେଗୁଡ଼ିକ ସମୁଦ୍ରରେ ବୁଡ଼ି ଯାଇଛି। ନ୍ୟୁୟର୍କର ଗାର୍ଡେନ୍ ସିଟିରେ ଅପରାଧ ଏବଂ ଆଇନ ପ୍ରବର୍ତ୍ତନ ଉପରେ ଏକ ଭାଷଣ ସମୟରେ ଟ୍ରମ୍ପ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇରାନ ଏହାର ସମସ୍ତ ୨୧୨ ଟି ବିମାନ ହରାଇଛି। ସେ ତାଙ୍କ ଭାଷଣ ସମୟରେ ଯେଉଁ ସାମରିକ ସଂଖ୍ୟା ଉଲ୍ଲେଖ କରିଥିଲେ ମଧ୍ୟ ସେସବୁ ପାଇଁ କୌଣସି ପ୍ରମାଣ ପ୍ରଦାନ କରି ନାହାନ୍ତି। ସେ କହିଥିଲେ ଯେ, ଇରାନ ପାଖରେ ବହୁତ ଭଲ ବିମାନ ଥିଲା, ଯାହା ମଧ୍ୟରୁ କିଛି ବାରାକ ଓବାମାଙ୍କ ସମୟରେ ଆମେରିକାଠାରୁ ବହୁମୂଲ୍ୟରେ କିଣାଯାଇଥିଲା। ସେମାନଙ୍କର ସବୁ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି।