July 30, 2026

ଆଜି ଇରାନ-ଆମେରିକା ଶାନ୍ତି ଆଲୋଚନା

1 min read

ଇସଲାମାବାଦ: ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ନଜର ଏବେ ପାକିସ୍ତାନ ଉପରେ ଅଟକିଛି। ଇରାନର ସରକାରୀ ସମ୍ବାଦ ସଂସ୍ଥା ‘ଇରନା’ର ସୂଚନା ଅନୁଯାୟୀ, ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ଶାନ୍ତି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ପାକିସ୍ତାନ ଗସ୍ତ କରିଛନ୍ତି। ଏହା ପରେ ସେ ଓମାନ ଓ ରୁଷ୍‌ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅନୁମାନ କରାଯାଉଛି ଯେ, ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତ୍ୟକ୍ଷ ବା ପରୋକ୍ଷ ଶାନ୍ତି ଆଲୋଚନା ହୋଇପାରେ। ତେବେ ଏହି ଆଲୋଚନା ନେଇ ଇରାନ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ। ଅନ୍ୟପକ୍ଷରେ ଇସଲାମାବାଦରେ ଆମେରିକାର ସୁରକ୍ଷା ଓ ଲଜିଷ୍ଟିକ୍ସ ଟିମ୍‌ର ଉପସ୍ଥିତି ଏକ ବଡ଼ ଧରଣର କୁଟନୈତିକ ପ୍ରୟାସ ଆଡ଼କୁ ଇଙ୍ଗିତ କରୁଛି।