February 1, 2026

ଗୋଟିଏ ଝଟକାରେ ବୁଡ଼ିଲା ନିବେଶକଙ୍କ ୮କୋଟି ଟଙ୍କା

1 min read

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସମୟରେ ଏକ ଘୋଷଣା ସେୟାର ବଜାରକୁ ଭୟଭୀତ କରିଥିଲା। ରବିବାର ବଜେଟ୍ ପାଇଁ ଆୟୋଜିତ ସ୍ୱତନ୍ତ୍ର ବାଣିଜ୍ୟ ଅଧିବେଶନରେ ଅପରାହ୍ନରେ ସେନ୍ସେକ୍ସ ଏବଂ ନିଫ୍ଟି ଉଭୟରେ ତୀବ୍ର ହ୍ରାସ ରେକର୍ଡ କରିଥିଲା। ବିଏସଇ ସେନ୍ସେକ୍ସ ୨,୩୭୦.୩୬ ପଏଣ୍ଟ ହ୍ରାସ ପାଇ ୮୦,୦୦୦ ଅଙ୍କ ତଳକୁ ଖସି ୭୯,୮୯୯.୪୩ ରେ ସ୍ଥିର ହୋଇଥିଲା। ୫୦ ସେୟାର ବିଶିଷ୍ଟ ଏନଏସଇ ନିଫ୍ଟି ୭୪୮.୯ ପଏଣ୍ଟ ହ୍ରାସ ପାଇ ୨,୫୭୧.୭୫ରେ ବନ୍ଦ ହୋଇଥିଲା

ସେନ୍ସେକ୍ସ ଷ୍ଟକ୍ ମଧ୍ୟରେ, ଭାରତ ଇଲେକ୍ଟ୍ରୋନିକ୍ସ ୬.୫୦% ହ୍ରାସ ପାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ସିଏଲ୍ ଟେକ୍, ଟାଟା ଷ୍ଟିଲ୍, ଏସିଆନ୍ ପେଣ୍ଟ୍ସ ଏବଂ ଇଟର୍ନାଲ୍‌ୟର ସେୟାର ମଧ୍ୟ କ୍ଷତି ସହିଛି। ସନ୍ ଫାର୍ମା, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଟାଟା କନସଲଟାନ୍ସି ସର୍ଭିସେସର ସେୟାର ସବୁଜ ରଙ୍ଗରେ ଥିଲା।