January 24, 2026

ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ

1 min read

ମୁମ୍ବାଇ: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର ଶେୟାର ଗୁଡ଼ିକରେ ବ୍ୟାପକ ହ୍ରାସ ପାଇଛି। ଫଳରେ ନିବେଶକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ମଙ୍ଗଳବାର କାରବାର ଶେଷ ସୁଦ୍ଧା ସେନସେକ୍ସ ପ୍ରାୟ ୧,୦୬୫ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିବା ବେଳେ ନିଫ୍ଟିରେ ମଧ୍ୟ ବଡ଼ ଧରଣର ଅବନତି ଘଟିଛି।

ସେନସେକ୍ସ ୧,୦୬୫.୭୧ ପଏଣ୍ଟ (୧.୨୮%) ହ୍ରାସ ପାଇ ୮୨,୧୮୦.୪୭ ସ୍ତରରେ ବନ୍ଦ ହୋଇଛି। ନିଫ୍ଟି ପ୍ରାୟ ୩୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ତିନି ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହି ହ୍ରାସ ଯୋଗୁଁ ନିବେଶକଙ୍କ ପ୍ରାୟ ୭.୬୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବୁଡ଼ି ଯାଇଛି।

ବଜାରରେ ଅତ୍ୟଧିକ ଶେୟାର ବିକ୍ରି ଯୋଗୁଁ ବିଶେଷ କରି ଆଇଟି, ଅଟୋ ଏବଂ ରିଏଲ୍ ଇଷ୍ଟେଟ୍ ସେକ୍ଟରରେ ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ବିଦେଶୀ ନିବେଶକମାନେ କ୍ରମାଗତ ଭାବେ ଶେୟାର ବିକ୍ରି କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି।