ଆମେରିକାର ମାସାଚୁସେଟ୍ସରେ ଜଣେ ଭାରତୀୟ ବଂଶୋଦ୍ଭବ କିଶୋରଙ୍କୁ ତାଙ୍କ ମାଆ ଓ ସାନ ଭାଇଙ୍କୁ ହତ୍ୟା
1 min read
ୱାସିଂଟନ: ଆମେରିକାର ମାସାଚୁସେଟ୍ସରେ ଜଣେ ଭାରତୀୟ ବଂଶୋଦ୍ଭବ କିଶୋରଙ୍କୁ ତାଙ୍କ ମାଆ ଓ ସାନ ଭାଇଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ବୁଧବାର ଆକ୍ଟନର ବାସିନ୍ଦା ୧୭ ବର୍ଷୀୟ ଅର୍ଜୁନ ଅରବିନ୍ଦଙ୍କୁ ଗିରଫ କରାଯାଇଛି। ଅରବିନ୍ଦଙ୍କ ବିରୋଧରେ ତାଙ୍କ ମା’ ୪୫ ବର୍ଷୀୟ ସୁଧା ଭେଙ୍କଟେଶନ ଓ ତାଙ୍କ ୧୪ ବର୍ଷୀୟ ଭାଇ ସିଦ୍ଧାର୍ଥ ଅରବିନ୍ଦଙ୍କୁ ହତ୍ୟା କରିବାର ଅଭିଯୋଗ ରହିଛି।
ହତ୍ୟା କରିବାକୁ ଇଣ୍ଟରନେଟ୍ ଓ ଚାଟଜିପିଟିରୁ ସହାୟତା
ଅଧିକାରୀଙ୍କ ଅନୁଯାୟୀ ଅରବିନ୍ଦଙ୍କ ବିରୋଧରେ ଦୁଇଟି ହତ୍ୟା ଅଭିଯୋଗ, ପରିବାରର ସଦସ୍ୟଙ୍କ ଉପରେ ଆକ୍ରମଣ, ଗାଡ଼ି ବ୍ୟବହାର ଓ ମୋଟର ଗାଡ଼ି ଚୋରି ଅଭିଯୋଗ କରାଯାଇଛି। ପୁଲିସ ଅଭିଯୋଗ କରିଛି ଯେ, ଆକ୍ଟନ-ବକ୍ସବରୋ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଛାତ୍ର ଅରବିନ୍ଦ ମଙ୍ଗଳବାର ତାଙ୍କ ମା ଓ ଭାଇଙ୍କୁ ନିଜ ଘରେ ମରଣାନ୍ତକ ଆକ୍ରମଣ କରିଥିଲେ ଓ ତାଙ୍କ ମା’ଙ୍କ ହୋଣ୍ଡା ଆକର୍ଡରେ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। ମଙ୍ଗଳବାର ସନ୍ଧ୍ୟା ୬ଟା ୩୦ ମିନିଟରେ ଜଣେ ଶିକ୍ଷକ ଅରବିନ୍ଦଙ୍କ ଘରେ ପହଞ୍ଚିବା ପରେ ଅପରାଧ ସମ୍ପର୍କରେ ଜଣାପଡିଥିଲା। ଘରେ କେହି କବାଟ ନ ଖୋଲିବାରୁ ଶିକ୍ଷକ ଜଣକ ଅରବିନ୍ଦଙ୍କ ବାପାଙ୍କ ସହିତ ଯୋଗାଯୋଗ କରିଥିଲେ। ଅରବିନ୍ଦଙ୍କ ବାପା ଆକ୍ଟନ୍ ପୁଲିସ ବିଭାଗ ସହିତ ଯୋଗାଯୋଗ କରିବା ପରେ ଅରବିନ୍ଦ ତାଙ୍କ ମାଆଙ୍କ ହୋଣ୍ଡା ଆକର୍ଡ ସହିତ ନିଖୋଜ ଥିବା ଓ ଘରେ ମା’ ଓ ଭାଇଙ୍କୁ ମୃତ ଅବସ୍ଥାରେ ମିଳିଥିବା ଜାଣିବାକୁ ପାଇଥିଲେ


