December 22, 2025

ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମରେ ଅଘଟଣ

1 min read

କଲକାତା: ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମରେ ଅଘଟଣରେ ଇଭେଣ୍ଟ ଆୟୋଜକଙ୍କୁ ଅଟକ ରଖିଛି ପଶ୍ଚିମବଙ୍ଗ ପୁଲିସ୍ । ପ୍ରଶଂସକଙ୍କ ଟଙ୍କା ଫେରସ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଲେ ପଶ୍ଚିମବଙ୍ଗ ଡିଜିପି ।

କଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ପ୍ରସିଦ୍ଧ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ମୁଖ୍ୟ ଆୟୋଜକ ଶତଦୃ ଦତ୍ତଙ୍କୁ ଅଟକ ରଖାଯାଇଛି । ଶତଦୃଙ୍କୁ ଅଟକ ରଖାଯାଇଥିବା ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି ଯେ,ଆୟୋଜକଙ୍କ ପକ୍ଷରୁ ଆମେ ଯେଉଁ ଭୁଲ ପରିଚାଳନା ଦେଖିଛୁ, ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆମେ ପୂର୍ବରୁ ଆୟୋଜକଙ୍କୁ ଅଟକ ରଖିଛୁ ବୋଲି ଶ୍ରୀ କୁମାର କହିଛନ୍ତି । ଟିକଟ ଟଙ୍କା ଫେରସ୍ତ ବାବଦରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ଆମେ ଆୟୋଜକଙ୍କୁ ଏ ବିଷୟରେ କହିସାରିଛୁ । ସେ ଲିଖିତ ଭାବରେ ଦେବେ ଯେ ବିକ୍ରି ହୋଇଥିବା ଟିକଟ ଫେରସ୍ତ କରାଯିବ । ଅନେକ ପ୍ରଶଂସକ ନିଶ୍ଚିତ ଥିଲେ ଯେ ସେମାନେ ମେସିଙ୍କୁ ଦେଖିବେ, କିନ୍ତୁ ଦେଖା କରିପାରିଲେ ନାହିଁ । ଆମେ ଆଶା କରୁଛୁ ଯେ ଟିକଟ ଫେରସ୍ତ ପାଇଁ ଆୟୋଜକମାନେ ପଦକ୍ଷେପ ନେବେ ।