January 27, 2026

ଓଲିଉଡ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫ ଉନ୍ମୋଚିତ

1 min read

ଭୁବନେଶ୍ୱର : ଭୁବନେଶ୍ୱରର ଲାଇଫ୍ ହୋଟେଲରେ ଓଲିଉଡ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫ ଉନ୍ମୋଚିତ ହୋଇଛି । ଶ୍ରାବଣୀ କ୍ରିଏସନ୍ସ ପ୍ରସ୍ତୁତ କରିଥିବା “ଆଜହାର୍ସ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫”ର ଶୁଭ ଉନ୍ମୋଚନ ହୋଇଛି।
କ୍ୟାଲେଣ୍ଡରରେ ଅନେକ ମଡେଲଙ୍କ ସମେତ ଅଭିନେତାମାନଙ୍କ ମଧ୍ୟରୁ ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ଶୁଭାଶିଷ ଶର୍ମା (ମଣ୍ଟୁ), ଅଭିନେତ୍ରୀଙ୍କ ମଧ୍ୟରୁ ପୁନମ ମିଶ୍ର, ଶିବାନୀ ସଂଗୀତା, ଶୀତଲ ପାତ୍ରଙ୍କ ଫଟୋ ସ୍ଥାନିତ ହୋଇଛି। ଏହି କ୍ୟାଲେଣ୍ଡର ପାଇଁ ଶ୍ରାବଣୀ କ୍ରିଏସନ୍ସର ଅନେକ ସହଯୋଗ ରହିଛି। ଆମ ଓଲିଉଡ଼ର ଅଭିନେତା, ଅଭିନେତ୍ରୀ ଭାଇ ଭଉଣୀମାନେ କର୍ମବ୍ୟସ୍ତତା ଯୋଗୁଁ ସବୁ ସମୟରେ ଏକାଠି ହୋଇପାରନ୍ତିନି, ଏହି କ୍ୟାଲେଣ୍ଡର ଯୋଗୁଁ ସମସ୍ତ କଳାକାର ଭାଇ ଭଉଣୀ ଏକାଠି ହୋଇ ପାରୁଛୁ ବୋଲି ସୁପରଷ୍ଟାର ଅନୁଭବ ମହାନ୍ତି ଗଣମାଧ୍ୟମକୁ କହିଥିଲେ। ଆଜହାରଙ୍କ ସହିତ ବିତିଥିବା ମଧୁର ମୁହୂର୍ତ୍ତ କଥା ମଧ୍ୟ ପ୍ରକାଶ କରିଥିଲେ। ଆଜହାରଙ୍କ ପରିକଳ୍ପନା ଯୋଗୁଁ ସେଲିବ୍ରିଟି କ୍ୟାଲେଣ୍ଡର ସମ୍ଭବ ହୋଇପାରିଛି ବୋଲି କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ସମସ୍ତ ଅଭିନେତା, ଅଭିନେତ୍ରୀ ଏବଂ ମଡେଲମାନେ ଆଜହାରଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ଏ ସୁଯୋଗ ପ୍ରତି ବର୍ଷ ଶ୍ରାବଣୀ କ୍ରିଏସନ୍ସ ଆଣି ଦେଉଥାଉ ବୋଲି ସମସ୍ତେ ପ୍ରସ୍ତାବ ରଖିଥିଲେ।

ଏହି କ୍ୟାଲେଣ୍ଡର ଉନ୍ମୋଚନ ଉତ୍ସବରେ ଶ୍ରାବଣୀ, ଆଜହାର, ଅଭିନେତା ଅନୁଭବ ମହାନ୍ତି, ଶୁଭାଶିଷ ଶର୍ମା (ମଣ୍ଟୁ), ପ୍ରଯୋଜକ ଟୁଟୁ ନାୟକ, ଅଭିନେତ୍ରୀ ପୁନମ ମିଶ୍ର, ଶୀତଲ ପାତ୍ର, ଆନିଶା ଶର୍ମାଙ୍କ ସମେତ ବଲିଉଡ ଅନେକ ନାମୀ କଳାକାର ଏବଂ ମଡେଲ ଯୋଗ ଦେଇଥିଲେ।