April 22, 2026

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

1 min read

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଢ଼ୁଥିବା ଆକ୍ରମଣ ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଢାକା ଠାରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଏକ ଗାଁରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି ଏବଂ ତାଙ୍କୁ ଜୀବନ୍ତ ଜାଳି ଦେବାକୁ ଚେଷ୍ଟା କରାଯାଇଛି। ଆକ୍ରମଣରେ ଗୁରୁତର ଭାବରେ ଦଗ୍ଧ ଖୋକନ ଦାସ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କ ପତ୍ନୀ ସୀମା ଦାସ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଏତେ ନିର୍ମମ ଭାବରେ କାହିଁକି ଟାର୍ଗେଟ କରାଯାଇଥିଲା ତାହା ସେ ଏପର୍ଯ୍ୟନ୍ତ ବୁଝିପାରୁ ନାହାଁନ୍ତି। ସୀମା କହିଛନ୍ତି, ଆମର କୌଣସି ପ୍ରସଙ୍ଗରେ କାହା ସହିତ ଝଗଡା ହୋଇନାହିଁ। ମୁଁ ବୁଝିପାରୁନାହିଁ ଯେ ମୋ ସ୍ୱାମୀଙ୍କୁ ହଠାତ୍ କାହିଁକି ଟାର୍ଗେଟ କରାଯାଇଥିଲା।